ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି – ଜନବିରୋଧି କୃଷକ ସ୍ୱାର୍ଥ ବିରୋଧି

SK Dated 24.02.2026 –

ଖବର ଆସୁଛି ଯେ, ବର୍ଷେରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଗତକାଲି ଫେବୃଆରୀ ୩, ୨୦୨୬ରେ ଚୂଡ଼ାନ୍ତ ହୋଇଛି । ସଂସଦରେ କୃଷକ ବିରୋଧୀ, ଜନବିରୋଧୀ ଏବଂ କର୍ପୋରେଟ୍ ସ୍ୱାର୍ଥ ରକ୍ଷାକାରୀ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବା ପରେ ପରେ ଏହା ଘଟିଛି । ଏହା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଯେ, ଯେତେବେଳେ ସଂସଦର ଅଧିବେଶନ ଚାଲିଛି, ସେହି ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏଭଳି ଏକ ଚୁକ୍ତି ବିଷୟରେ ଏକତରଫା ଘୋଷଣା କରିଛନ୍ତି, ଯାହା ଭାରତର କୃଷକ ସମାଜକୁ ଗଭୀର ଭାବେ ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଆମେରିକା ସହ ହୋଇଥିବା ଏହି ଚୁକ୍ତି ବିଷୟରେ ଦେଶବାସୀଙ୍କୁ କିଛି ଜଣାଇନାହାନ୍ତି । କେନ୍ଦ୍ର ବିଜେପି ସରକାରଙ୍କ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ଚୁକ୍ତି ବିଷୟରେ କେବଳ ଏକ ସାମାନ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ।
ଟ୍ରମ୍ପ ଏବଂ ଶୀର୍ଷ ଆମେରିକୀୟ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ଭାରତ ରୁଷଠାରୁ ତେଲ ଆମଦାନୀ ବନ୍ଦ କରିବ ଏବଂ ଭେନେଜୁଏଲାଠାରୁ ତେଲ କିଣିବ । ଭାରତ ରୁଷିଆରୁ ତେଲ କିଣୁଥିବାରୁ ଆମେରିକା ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଯେଉଁ ୫୦% ଶୁଳ୍କ (ଗ୍ଧବକ୍ସସଲଲ) ଲଗାଇଥିଲା, ତାହାକୁ ୧୮% କୁ ହ୍ରାସ କରିବ । ମାତ୍ର ଆମେରିକାରୁ ଭାରତକୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୂନ୍ୟ ଶୁଳ୍କ ରହିବ । ଆମେରିକାର ଦାବି ଅନୁଯାୟୀ, ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଥିବା ସମସ୍ତ ଶୁଳ୍କ ଓ ଅନ୍ୟାନ୍ୟ ପ୍ରତିବନ୍ଧକକୁ ଭାରତ ଶୂନ୍ୟକୁ ହ୍ରାସ କରିବ ବୋଲି ପ୍ରତିଶୃତି ଦେଇଛି । ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଭାରତ ୪୫.୫ ଲକ୍ଷ କୋଟି ଟଙ୍କାର ଆମେରିକୀୟ ସାମଗ୍ରୀ କିଣିବାକୁ ପ୍ରତିଶୃତି ଦେଇଛି ।
କୃଷକମାନଙ୍କୁ ପ୍ରଭାବିତ କରିବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ବିଷୟଗୁଡ଼ିକ ହେଲା: ଭାରତ ମକା ଏବଂ ଜେନେଟିକାଲି ମୋଡିଫାଇଡ୍ (ଏଗ) ସୋୟାବିନ୍ ସମେତ ଆମେରିକୀୟ କୃଷିଜାତ ଦ୍ରବ୍ୟ ପାଇଁ ଭାରତୀୟ ବଜାରକୁ ଖୋଲିବାକୁ ସମ୍ମତି ଜଣାଇଛି । ଆମେରିକୀୟ ଅଧିକାରୀମାନେ ଆଶା କରୁଛନ୍ତି ଯେ ଏହା ୧.୩ ବିଲିୟନ ଡଲାରର କୃଷି ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଆମେରିକାରୁ ଆସୁଥିବା ରିପୋର୍ଟ ଅନୁଯାୟୀ, ଭାରତ ନିଜର ଦୁଗ୍ଧ କ୍ଷେତ୍ରକୁ ଆମେରିକାର ଅତ୍ୟଧିକ ସବସିଡି ପ୍ରାପ୍ତ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଖୋଲିଦେବ । ଏହାଫଳରେ ଭାରତୀୟ ଦୁଗ୍ଧ ଚାଷୀମାନେ ବାର୍ଷିକ ପ୍ରାୟ ୧.୦୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାର ଆଶଂକା ଅଛି । ବର୍ତ୍ତମାନ ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ଉପରେ ୫୫% ରୁ ୮୧% ପର୍ଯ୍ୟନ୍ତ ଶୁଳ୍କ ରହିଛି ଯାହା ଭାରତୀୟ ଚାଷୀଙ୍କ ପାଇଁ ଏକ ସୁରକ୍ଷା କବଚ ସଦୃଶ, କିନ୍ତୁ ଏହାକୁ ଉଠାଇ ଦିଆଯିବା ଫଳରେ ଭାରତୀୟ ବଜାରରେ ଆମେରିକୀୟ ଦୁଗ୍ଧଜାତ ଦ୍ରବ୍ୟର ବନ୍ୟା ଛୁଟିବ । ଆମେରିକାର କୃଷି ସଚିବ ଏହି ଚୁକ୍ତିକୁ ଆମେରିକା ପାଇଁ ଏକ ବିଜୟ ବୋଲି କହିଛନ୍ତି, ଯାହା ଭାରତର ବିଶାଳ ବଜାରକୁ କୃଷିଜାତ ଦ୍ରବ୍ୟ ରପ୍ତାନୀ କରି ଗ୍ରାମୀଣ ଆମେରିକାରେ ଅର୍ଥର ପ୍ରବାହ ବଢ଼ାଇବ ।
ଅନେକ କୃଷିଜାତ ଦ୍ରବ୍ୟ ଉପରୁ ଶୁଳ୍କ ଓ ଅଣ-ଶୁଳ୍କ ବାଧାବିଘ୍ନ ହ୍ରାସ କିମ୍ବା ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଭାରତ ରାଜି ହୋଇଛି ବୋଲି ଟ୍ରମ୍ପ ଦାବି କରିଛନ୍ତି । ଆଲମଣ୍ଡ (ଇକ୍ଷଜ୍ଞକ୍ଟଦ୍ଭୟ) ଏବଂ ପିସ୍ତା ଭଳି ଶୁଖିଲା ଫଳ(ଊକ୍ସଚ୍ଚ ୠକ୍ସଙ୍କସଗ୍ଧ) କ୍ଷେତ୍ରରେ ଭାରତ ଏକ ବଡ଼ ବଜାର ।୨୦୨୪ରେ ଆମେରିକାରୁ ଏହାର ଆମଦାନୀ ୧.୧ ବିଲିୟନ ଡଲାର ଅତିକ୍ରମ କରିଛି । ଡାଲି ଜାତୀୟ ଶସ୍ୟ କ୍ଷେତ୍ରରେ ମଧ୍ୟ, ମସୁର ଡାଲି ଏବଂ ହଳଦିଆ ମଟର ଭଳି ଆମେରିକୀୟ ଶସ୍ୟ ଉପରେ ଥିବା ୩୦% ଶୁଳ୍କକୁ କମାଇ ଦିଆଯିବ କିମ୍ବା ଶୂନ୍ୟ କରିଦିଆଯିବ । ଭାରତୀୟ କୃଷକଙ୍କ ଉପରେ ଏହାର ପ୍ରଭାବ କ’ଣ ହେବ ତାହା କହିବା ଅନାବଶ୍ୟକ । ସମସ୍ତେ ଜାଣନ୍ତି ଯେ ବ୍ରିଟେନ ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏବଂ କପା ଉପରେ ଆମଦାନୀ ଶୁଳ୍କ ୧୫% ରୁ ୦% କୁ ହ୍ରାସ ପାଇବା ପରେ, କିଛି ମାସ ପୂର୍ବରୁ ବଜାରରେ କପା ଦର ହ୍ରାସ ପାଇଥିଲା ଏବଂ ଭାରତର କପା ଚାଷୀମାନେ ବ୍ୟାପକ କ୍ଷତି ସହିଥିଲେ ।
ସଂକ୍ଷେପରେ କହିବାକୁ ଗଲେ, ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ଏହି ବାଣିଜ୍ୟ ଚୁକ୍ତି ସାଧାରଣ କୃଷକଙ୍କ ସ୍ୱାର୍ଥ ବିରୋଧୀ, ଯାହା ବିରୁଦ୍ଧରେ ଲଢ଼େଇ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ।
ଆମେ ସମସ୍ତ ସଂଗ୍ରାମୀ ଜନତା, ବିଶେଷକରି କୃଷକମାନଙ୍କୁ ଏହି ଜଘନ୍ୟ ଚୁକ୍ତି ବିରୋଧରେ ନିଜର ସମସ୍ତ ଶକ୍ତି ସହିତ ପ୍ରତିରୋଧ କରିବାକୁ ଆହ୍ୱାନ କରୁଛୁ ।

Leave a Reply

Your email address will not be published. Required fields are marked *