ରଘୁନାଥପୁର ଥାନା ଘେରାଉ
Dated 01.03.2026 – ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧିନ ପୂରଣ ଅଞ୍ଚଳରେ ଆଦିବାସୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସଂପୃକ୍ତ ଦୋଷୀ କୁ ଗିରଫ ଦାବୀରେ ୧ ମାର୍ଚ୍ଚ ଦିନ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ଆସି ରଘୁନାଥପୁର ଥାନା ଘେରାଉ କରିଥିଲେ। ନାବାଳିକା ଆଦିବାସୀ ଛାତ୍ରୀ ବଳାତ୍କାରୀକୁ ଅବିଳମ୍ବେ ଗିରଫ କରି ଦୃଷ୍ଟାନ୍ତ ମୂଳକ ଶାସ୍ତି ପ୍ରଦାନ କରିଵା, ମହିଳା, ଛାତ୍ରୀ ଓ ଶିଶୁ କନ୍ୟାଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବା, ଆଦିବାସୀ ମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଵା ଏଵଂ ସମସ୍ତ ପ୍ରକାର ମଦ ମାଦକ ଦ୍ରବ୍ୟ କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଆଦି ୪ ଦଫା ସମ୍ବଳିତ ଦାବିପତ୍ର ଥାନା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି।ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା ସମ୍ପାଦିକା କମ୍ରେଡ ପ୍ରମୋଦିନୀ ମିଶ୍ର,, କମ୍ରେଡ ସ୍ଵର୍ଣ୍ଣଲତା କାଣ୍ଡି, ଶ୍ରମିକ ନେତା କମ୍ରେଡ ରାଜକିଶୋର ମଲ୍ଲିକ,ଏସ ୟୁ ସି ଆଇ କମ୍ୟୁନିଷ୍ଟ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ କମ୍ରେଡ ସୁବାସ ସ୍ଵାଇଁ, କମ୍ରେଡ ପ୍ରଦୀପ୍ତ ରାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନାରୀ ନେତ୍ରୀ କମ୍ରେଡ ରେଣୁ ମହାରଣା, କମ୍ରେଡ ସମିକ୍ଷା କାଣ୍ଡି , କମ୍ରେଡ ମଙ୍ଗୁଳି ଦାସ, କମ୍ରେଡ ଅଭିମନ୍ୟୁ ଭୋଇ କମ୍ରେଡ ଶ୍ୟାମ ସିଂ, ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ।
