ଇରାନ ଉପରେ ଇସ୍ରାଏଲର ବର୍ବର ଆକ୍ରମଣ ବିରୋଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ପ୍ରତିବାଦ ସଭା

ଭୁବନେଶ୍ୱର ତା ୦୧.୦୩.୨୦୨୬ – ସାମ୍ରାଜ୍ୟବାଦୀ ଆମେରୀକାର ମଦତପୃଷ୍ଟ ଇସ୍ରାଏଲ ଦ୍ୱାରା ଇରାନ୍ ଉପରେ ନିଜର ପ୍ରତିରକ୍ଷା ମୁଳକ ଆକ୍ରମଣ ନାମରେ ଆକ୍ରମଣ କରି ହଜାର ହଜାର ଇରାନ ବାସିଙ୍କୁ ହତ୍ୟାକରିବା ବିରୋଧରେ ଆଜି ସାରା ଦେଶରେ ଏସ୍,ୟୁ.ସି.ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ଡାକରାରେ ପାଳିତ ହେଉଥିବା ପ୍ରତିବାଦ ଦିବସ ଉପଲକ୍ଷେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହା ଅତ୍ୟନ୍ତ ଉଲ୍ଲେଖ ଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଡି ଇସ୍ରାଏଲ ଗସ୍ତ କରି ଇସ୍ରାଏଲ୍ କୁ ସନ୍ତ୍ରାସବାଦର ବିରୋଧରେ ଧର୍ମ ଯୋଦ୍ଧା ବୋଲି ଆକ୍ଷାୟୀତକରି ଠିକ ଫେରିବା ପରେ ଇସ୍ରାଏଲ୍ ଏହି ବର୍ବର ଆକ୍ରମଣ କରିଛି । ଇରାନର ସ୍କୁଲ ଉପରେ ଆକ୍ରମଣ ଫଳରେ ଶହ ଶହ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ପ୍ରକାଶ ଥାଉକି ଇସ୍ରାଏଲ୍ ର ଏହି ଘୃଣ୍ୟ ଆକ୍ରମଣ ପଛରେ ସାମ୍ରାଜ୍ୟବାଦୀ ଆମେରୀକା ରହିଛି ଓ ସାରା ମଧ୍ୟ ପ୍ରାଚ୍ୟ ଓ ଲାଟିନ ଆମେରୀକାରେ ଥିବା ତୈଳ ସମ୍ପଦଗୁଡିକୁ ଦଖଲ କରିବା ହେଉଛି ତାର ଅସଲ ଉଦେଶ୍ୟ । ଆମେରୀକା ଏହା ପୂର୍ବରୁ ଇରାକ, ଲେବାନନ୍, ସିରିଆ, ପାଲେଷ୍ଟାଇନ୍, ଭେନେଜୁଏଲା ଆଦିଦେଶ ଉପରେ ଏହି ଭଳି ଘୃଣ୍ୟ ଆକ୍ରମଣ କରି ସେ ଦେଶ ଗୁଡିକୁ ଛାରଖାର କରିଛି ଓ ସେ ଦେଶର ଜନପ୍ରିୟ ନେତାମାନଙ୍କୁ ହତ୍ୟାକରିଛି । ଆଜି ଏହି ପ୍ରତିବାଦ ଦିବସ ଉପଲକ୍ଷେ ପାର୍ଟି ପକ୍ଷରୁ ଏହି ସାମ୍ରାଜ୍ୟବାଦୀ ଯୁଦ୍ଧ ବିରୁଦ୍ଧରେ ଦେଶେ ଦେଶେ ଯୁଦ୍ଧ ବିରୋଧି ଶାନ୍ତି ଆନେ୍ଦାଳନ ଗଢିତୋଳିବାକୁ ଆହ୍ୱାନ କରାଯାଇଛି ଓ ଯଥା ଶିଘ୍ର ଏହି ଘୃଣ୍ୟ ସାମରିକ କାର୍ଯ୍ୟନୁଷ୍ଠାନ ବନ୍ଦ କରିବା ଦୃଢ ଦାବୀ ଉପସ୍ଥାପନ କରାଯାଇଛି । ଭାରତ ସରକାର ଏହି ଘୃଣ୍ୟ ଯୁଦ୍ଧଖୋର ଶକ୍ତି ମାନଙ୍କ ସଙ୍ଗେ ନିଜର ସମସ୍ତ କୁଟନୈତିକ ସମ୍ପର୍କ ଛନ୍ନ କରିବା ପାଇଁ ମଧ୍ୟ ଦାବୀ କରାଯାଇଛି । ଆଜିର ଏହି ପ୍ରତିବାଦ ସଭାରେ ଶ୍ରୀ ପୁର୍ଣ୍ଣଚନ୍ଦ୍ର ବେହେରା, ସନ୍ତୋଷ ରଥ, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟ ଲକ୍ଷ୍ମୀପାତ୍ର, ସପ୍ତର୍ସିନୀ ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *