ସାମ୍ରାଜ୍ୟବାଦୀ ଆମେରିକା-ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ବିରୁଦ୍ଧରେ ଏସୟୁସିଆଇ(ସି)ର ପ୍ରତିବାଦ ସଭା
Dated 01.03.2026 – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଯାଜପୁର ଟାଉନ ଠାରେ ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଏବଂ ରାଜ୍ୟ ଅଫିସ୍ ସମ୍ପାଦକ ସ୍ୱୟଂପ୍ରଭା ନାୟକଙ୍କ ନେୃତ୍ୱରେ ଇରାନ ଉପରେ ସାମ୍ରାଜ୍ୟବାଦୀ ଆମେରିକା -ଇସ୍ରାଏଲ୍ ଦ୍ୱାରା ବିନା ପ୍ରରୋଚନାରେ ହୋଇଥିବା ସାମରିକ ଆକ୍ରମଣ ବିରୁଦ୍ଦରେ ଏକ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି । ପାର୍ଟିର କର୍ମୀ ସମର୍ଥକ ମେଡିକାଲ ଛକରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ଼, ଫେଷ୍ଟୁନଧରି ‘ଇରାନ ଉପରେ ଇସ୍ରାଏଲ୍- ଆମେରିକାର ଆକ୍ରମଣ ବନ୍ଦକର’, ‘ଯୁଦ୍ଧ ନୁହେଁ ଶାନ୍ତି- ଚାହୁଁ’ ‘ଯୁଦ୍ଧ ବିରୁଦ୍ଧରେ ବିଶ୍ୱର ଶାନ୍ତିକାମି ଜନଗଣ ଏକ ହୁଅ’ ପ୍ରଭ୍ରୁତି ଶ୍ଳୋଗାନ ଦେଇ ସହର ପରିକ୍ରମା କରି ବିରଜା ମହିଳା କଲେଜ ଛକ ଠାରେ ରାଜ୍ୟକମିଟି ସଭ୍ୟ ସୁବାସ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ଅଶୋକ ମିଶ୍ର, ଏକ ଭିତ୍ତିହୀନ ବାହାନା କରି ଇରାନ ଉପରେ ହୋଇଥିବା ଆମେରିକା-ଇସ୍ରାଏଲ୍ ଆକ୍ରମଣକୁ ତିବ୍ର ନିନ୍ଦା କରିବା ସଂଗେ ସଂଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାର ନରହନ୍ତା ଇସ୍ରାଏଲ ର ପ୍ରଧାନମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧନ କରିବାକୁ ଧିକ୍କାର କରିଛନ୍ତି । ଏଥିରେ ପାର୍ଟିର ଜିଲ୍ଲା କମିଟି ସଭ୍ୟ ବୀର କିଶୋର ନାୟକ, ସୁଲୋଚନା ପ୍ରଧାନ, ଅଭିମନ୍ୟୁ ମଲ୍ଲିକ ଏବଂ ସଂଗଠକ ରାଜଶ୍ରୀ ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ, ନିମାଇଁ ସାହୁ, ବିଷ୍ଣୁ ଚରଣ ବେହେରା, ମମତା ସେଠୀ ପ୍ରଭୃତି ଯୋଗଦେଇଥିଲେ ।
