ଏସ ସି ବି ରେ ରୋଗୀ ଜୀବନ୍ତ ଦଗ୍ଧ – ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ)

Dated 16.03.2026 – ଭୁବନେଶ୍ବର ତା ୧୬.୦୩.୨୦୨୬ କଟକ ଏସ ସି ବି ମେଡିକାଲ କଲେଜ ର ଟ୍ରମା କେୟାର ଆଇସିୟୁ ରେ ଘଟିଥିବା ଭୟାବହ ଅଗ୍ନି କାଣ୍ଡ ଘଟଣାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି।ଏ କ୍ଷେତ୍ରରେ କତୃପକ୍ଷଙ୍କ ଦାୟିତ୍ୱ ହୀନତା ସାଙ୍ଗକୁ କ୍ରମାଗତ ସରକାରୀ ଅବହେଳା, ପ୍ରାୟ ୬୦ ଭାଗ ପଦବୀ ଖାଲି ପଡିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଠିକା ଓ ଆଉଟ୍ ସୋର୍ସିଙ୍ଗ୍ ନିଯୁକ୍ତି ପାଇଁ ସରକାର ହିଁ ମୁଖ୍ୟତଃ ‌ଦାୟୀ ।ଏକ ପ୍ରେସ ବିବୃତି ମାଧ୍ୟମ ରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତ ଜଣାଇଛନ୍ତି କି ଖୋଦ୍ ରାଜ୍ୟ ର ସବୁ ଠାରୁ ବଡ ସରକାରୀ ଡାକ୍ତରଖାନା ଏସ ସି ବି ମେଡିକାଲ କଲେଜରେ ବିଦ୍ୟୁତ ସଟ୍ ସର୍କିଟ ରୁ ଅଗ୍ନିକାଣ୍ଡ ପୁର୍ବରୁ ବହୁବାର ଘଟିଥିବା ବେଳେ ଏହାକୁ ରୋକିବା ର କୌଣସି ସ୍ଥାୟୀ ପ୍ରତିକାର ନହେବା ଫଳରେ ଆଜି ଏହିଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟି ଏତେ ଗୁଡ଼ିଏ ଜୀବନ ହାନି ଘଟିଲା ,ଯାହା ଅତ୍ୟନ୍ତ ହୃଦୟ ବିଦାରକ । ଏହି ପରିସ୍ଥିତି ରେ ପାର୍ଟି ପକ୍ଷ ରୁ ଏତାଦୃଶ ଅଭାବନୀୟ ଘଟଣାର ତିବ୍ର ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଏହି ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା, ମୃତକ ଙ୍କ ପରିବାର କୁ ଏକ କୋଟି କରି କ୍ଷତିପୂରଣ ଦେବା, ଆହତ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସହ ୫୦ ଲକ୍ଷ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହା ସାଙ୍ଗକୁ ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପର୍ଯ୍ୟାପ୍ତ ବ୍ୟୟ ବରାଦ କରିବା‌ ସହିତ ଆନୁଷଙ୍ଗିକ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି।

Leave a Reply

Your email address will not be published. Required fields are marked *