ଭିବିଜୀ ରାମଜି ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବିରେ ଗମ୍ଭାରୀ ଠାରେ ଶ୍ରମିକ ସମ୍ମିଳନୀ

Dated – 15.03.2026 –

ଭିବିଜୀ ରାମଜି ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବିରେ ଏଆଇୟୁଟିୟୁସି ବେଲାପଡ଼ା ବ୍ଲକ ଶାଖା ପକ୍ଷରୁ ଆଜି ଗମ୍ଭାରୀ ଠାରେ ବେଲାପଡ଼ା ବ୍ଲକ ସ୍ତରୀୟ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ଦୈନିକ ମଜୁରୀ ପାଇବାରେ ଅବ୍ୟବସ୍ଥା ଦୂର କରି ସାପ୍ତାହିକ ମଜୁରୀ ପ୍ରଦାନ କରିବା,ଉପସ୍ଥାନ ସମୟରେ ଫେସ ମ୍ୟାପିଂ ବାତିଲ କରି ମ୍ୟୁଚୁଆଲ ବ୍ୟବସ୍ଥା ପୁନ ଚାଲୁ କରିବା, ବନ୍ଦ ହୋଇଥିବା ଗ୍ରାମ ଗୁଡ଼ିକରେ ତୁରନ୍ତ କାମ ଆରମ୍ଭ କରିବା ,ବର୍ଷକୁ ୩୬୫ ଦିନ କାମ ଯୋଗାଇ ଦେବା ସହ ଅନ୍ୟାନ୍ୟ ଦାବିରେ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ମଧୁସୁଦନ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏସୟୁସିଆଇ(କମ୍ୟୁନିଷ୍ଟ)ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ଅଶୋକ ମିଶ୍ର, ମୁଖ୍ୟବକ୍ତା ଭାବେ ଏଆଇୟୁଟିୟୁସି ରାଜ୍ୟ ସମ୍ପାଦକ ତଥା ଶ୍ରମିକ ନେତା କମ୍ରେଡ ଜୟସେନ୍ ମେହେର, ସମ୍ମାନୀତ ଅତଥି ଭାବେ ଏସୟୁସିଆଇ (କମ୍ୟୁନିଷ୍ଟ ) ଜିଲ୍ଲା ସମ୍ପାଦକ କମ୍ରେଡ ସୁନିଲ୍ କୁମାର ଭୋଇ, ଅନ୍ୟତମ ଅତିଥି ଏଆଇଡିୱାଇଓ ଜିଲ୍ଲା ସମ୍ପାଦକ କମ୍ରେଡ ତାମସ କୁମାର ବେହେରା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମେହେର ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ଭିବିଜୀ ରାମଜି ସ୍କିମ୍ ରେ କାର୍ଯ୍ୟରତ ଶ୍ରମିକ ମାନେ ସଂଗଠିତ ସଚେତନ ହୋଇ ନ୍ୟାର୍ଯ୍ୟ ଦାବୀ ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଶ୍ରମିକମାନେ ନିଜର ଦାବୀ ନେଇ ଲଢ଼ିବା ସହିତ ଚାଷୀ ମୂଲିଆ ଓ ଅନ୍ୟାନ୍ୟ ବର୍ଗ ର ଶ୍ରମଜିବୀ ଜନସାଧାରଣ ଙ୍କ ନ୍ୟାର୍ଯ୍ୟ ଦାବୀରେ ଗଢ଼ିଉଠୁଥିବା ଆନ୍ଦୋଳନରେ ମଧ୍ୟ ସକ୍ରୀୟ ଭାବେ ସାମିଲ୍ ହେବା ଉଚିତ୍। ଆଗାମୀ ଦିନରେ ଆନ୍ଦୋଳନକୁ ନେତୃତ୍ୱ ଦେବା ପାଇଁ ସଭାପତି- ଶ୍ରୀଯୁକ୍ତ ଫକୀର ଲୁହା, ଉପସଭାପତି-ଶ୍ରୀଯୁକ୍ତ ଡିଗଲେଶ୍ୱର ଛତ୍ରିଆ, ସମ୍ପାଦକ-ଭୀମ କୁଅଁର, କୋଷାଧକ୍ଷ-ଶ୍ରୀଯୁକ୍ତ ସୁଦାମ ମାଝୀ ଙ୍କ ସହିତ ୪୨ ଜଣିଆ ଭିବିଜି ରାମଜୀ ଶ୍ରମିକ ସଂଗଠନ ବେଲପଡା ବ୍ଲକ କମିଟି ଗଠନ କରାଯାଇଛି | ଆଗାମୀ ଦିନରେ ପ୍ରଶାସନ ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନକଲେ ଏପ୍ରିଲ ୧୬ ତାରିଖ ବେଲପଡା ବ୍ଲକ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି |

Leave a Reply

Your email address will not be published. Required fields are marked *