ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ
ଅନୁଗୁଳ-୩୧/୦୩ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା, ଘରୋଇ ଉପଭୋକ୍ତା,
କୃଷିକ୍ଷେତ୍ର ଓ ଖୁଚୁରା ବ୍ୟବସାୟୀଙ୍କୁ ୨୦୦ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ଛାଡ କରିବା, ଘନ ଘନ ବିଦ୍ୟୁତ୍
କାଟ୍ ଓ ଲୋଭୋଲ୍ଟେଜ୍ ସମସ୍ୟା ବନ୍ଦ କରିବା, ବିଦ୍ୟୁତ୍ ସେବାର ଘରୋଇକରଣ ବନ୍ଦ କରିବା ଆଦି
ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଫିସ୍
ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରାରମ୍ଭରେ ଅମଲାପଡା ଠାରୁ ଏକ ଶୋଭାଯାତ୍ରା ଅନୁଗୁଳ ସହର
ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ôଚଥିଲା । ସଂଗଠନର ଅନୁଗୁଳ ଜିଲ୍ଲା କମିଟି ସଭ୍ୟ
ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ ବକ୍ତବ୍ୟ ରଖି କରୋନା କଷ୍ଟ
ସମୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ଦୃଢ଼ ନିନ୍ଦା କରିବାସହ ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।
ରାଜ୍ୟ ସରକାର ବଡ ଶିଳ୍ପପତି, କର୍ପୋରେଟ୍ ସଂସ୍ଥାକୁ ଶହ ଶହ କୋଟି ଟଙ୍କା ଛାଡ କରୁଥିବାବେଳେ
ସାଧାରଣ ମଣିଷଙ୍କ ଉପରେ ଶୁଳ୍କ ବୃଦ୍ଧି ଲଦିଦେବା ଅତ୍ୟନ୍ତ ଅନ୍ୟାୟ ଓ ଅମାନବିକ ବୋଲି ପ୍ରକାଶ
କରିଥିଲେ । ଶେଷରେ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ସଂଗଠନର ଜିଲ୍ଲା କମିଟି ସଭ୍ୟ ଜୟସେନ
ମେହେର, ପ୍ରହଲ୍ଲାଦ ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ମାନସ ପାଳ, ମନ୍ଦୋଦରୀ ରାଉଳ, ମାନସୀ
ସ୍ୱାଇଁ, କୈଳାସ ସାହୁ, ପରମାନନ୍ଦ ସାହୁ, ସଞ୍ଜୟ ସାହୁ, ଜଳଧର ଦେହୁରୀଙ୍କ ସମେତ ନିର୍ମଳ ସାହୁ, ବିଷ୍ଣୁ
ସାହୁ, ନିରଞ୍ଜନ ନାୟକ, କିଶୋର ବିଶ୍ୱାଳ, ଜ୍ୟୋତ୍ସ୍ନା ସାମଲ, ଜେମାମଣୀ ନାଏକ ପ୍ରମୁଖ ସାମିଲ ଥିଲେ ।