କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଟୀକାକରଣ ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣ ବିକ୍ଷୋଭ

Sarabaharakranti News/Rourkela- 22.07.2021 – ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପର୍ଯ୍ୟାପ୍ତ ପାରିମାଣର ଆର୍ôଥକ ସହାୟତା ଯୋଗାଇଦେବା, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ତୁରନ୍ତ ସଂଶୋଧନ କରି ଏଥିରେ ସମସ୍ତ ମୃତକଙ୍କ ନାମ ପଞ୍ଜିକୃତ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକୃତ କରି ସେମାନଙ୍କୁ ପର୍ଯ୍ୟାପ୍ତ ଆର୍ôଥକ ସାହାଯ୍ୟ ସମେତ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଏବଂ ସମସ୍ତ ପ୍ରବାସୀ ଶ୍ରମିକଙ୍କର ପଞ୍ଜିକରଣ କାରିବା ସହିତ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ସେମାନଙ୍କୁ ଆବଶ୍ୟକ ପାରିମାଣରେ ଆର୍ôଥକ ସହାୟତା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ସୁନ୍ଦରଗଡ଼ ଜିଲ୍ଳା କମିଟି ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ଙ୍କ ଅଫିସ ରେ ଆଜି ବିଖୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଳା ସମ୍ପାଦକ ଅଜିତ ନାୟକ, ସୃନିବାସ୍ ସେଠୀ, ସତ୍ୟପ୍ରିୟ ମହାନ୍ତି, ବିଦୁତ୍ ମହତ, ଶେଖ ଇସଲାମ୍, ବିରେନ୍ ନାଏକ, ଆଲୋକ ବେହେରାଙ୍କ ସମେତ ବହୁ ପାର୍ଟି କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *