କରୋନା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ପ୍ରବାସି ଶ୍ରମିକମାନଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ପାଇଁ ସୁପ୍ରିମ କୋର୍ଟ ରାୟ କାର୍ଯ୍ୟକାରୀ ଦାବୀରେ ଭୁବନେଶ୍ୱର ଏ.ଡି.ଏମ୍‌.ଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ

Sarbaharakranti News/ଭୁବନେଶ୍ୱର ତା୨୧.୦୭.୨୦୨୧ – କରୋନା ମୃତକଙ୍କ ସଠିକ ପଞ୍ଜିକରଣ କରି ସେମାନଙ୍କ ପରିବାରକୁ ପର୍ଯାପ୍ତ ପରିମାଣର ଆର୍ଥିକ ସହାୟତା ରାଶି ଓ ପ୍ରବାସି ଓ ଅଣ ସଙ୍ଗଠିତ ଶ୍ରମିକମାନଙ୍କର ସଠିକ ପଞ୍ଜିକରଣ କରି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଅଧିକାର ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ଆଜି ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟ ବ୍ୟାପି ପାଳିତ ହେଉଥିବା ଦାବୀ ସପ୍ତାହର ଅନ୍ତିମ ଦିନରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ), ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଭୁବନେଶ୍ୱର ଏ.ଡି.ଏମ୍‌.ଙ୍କ କାର୍ଯାଳୟ ସମ୍ମୁଖରେ ଉପରୋକ୍ତ ଦାବିରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଗତ ୩୦ ଜୁନ ଦିନ ସୁପ୍ରୀମକୋର୍ଟ ଏହି ମର୍ମରେ ଏକ ରାୟ ପ୍ରକାଶ କରିଥିବା ବେଳେ ସରକାର ଏହାକୁ ଅଣଦେଖା କରୁଥିବାର ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ସୁପ୍ରିମ କୋର୍ଟର ଏହି ରାୟକୁ କାର୍ଯ୍ୟକାରି କରିବା ପାଇଁ ଦାବିକରି ପାର୍ଟି ପକ୍ଷରୁ ଦେଶ ବ୍ୟାପି ଆନ୍ଦେଳନ କର୍ଯ୍ୟକ୍ରମ ନିଆଯାଇଛି । ଆଜି ବିକ୍ଷୋଭ ପକ୍ଷରୁ ଏ.ଡି.ଏମ୍‌.ଙ୍କୁ ଏହି ମର୍ମରେ ଏକ ଚାରିଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯକ୍ରମକୁ ଜିଲ୍ଲା ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ନସିମ ସରକାର ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ପରିପ୍ରେକ୍ଷିରେ ରାଜ୍ୟର କଟକ, ଖୋର୍ଦ୍ଧା, ôରାଉରକେଲା, ଯାଜପୁର, କେନ୍ଦ୍ରାପଡା, ଜଗତ୍‌ସିଂପୁର, ରାଉରକେଲା, ମୟୁରଭଞ୍ଜର ବିଭିନ୍ନ ସ୍ଥାନ, ବ୍ରହ୍ମପୁର, ବଲାଙ୍ଗିର, ଅନୁଗୁଳ, କୋରାପୁଟ, ଭଦ୍ରଖ ଆଦି ସ୍ଥାନରେ ଏହି ଭଳି ବିକ୍ଷୋଭ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଗୁଡିକୁ ଭୁବନେଶ୍ୱର ରାଜ୍ୟ କାର୍ଯାଳୟରେ ଫେସ୍‌ବୁକ୍ ରେ ସିଧା ପ୍ରସାରଣ କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ପାର୍ଟିର ରାଜ୍ୟ ନେତା ଶଙ୍କର ଦାସଗୁପ୍ତ, ବିଷ୍ଣୁ ଦାସ, ବିଣାପାଣି ଦାସ ଓ ଛବି ମହାନ୍ତି ପ୍ରମୁଖ ଏହି ଫେସ ବୁକ କାର୍ଯ୍ୟକ୍ରମଗୁଡିକରେ ଉଦ୍‌ବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *