ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବା ଦାବିରେ ଯାଜପୁରରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ପକ୍ଷରୁ ଦାବୀ ଦିବସ ପାଳିତ

Sarbaharakranti News/ଯାଜପୁର ରୋଡ ତା ୨୨/୭ –
ସଂପ୍ରତି ସୁପ୍ରିମ କୋର୍ଟ ଗତ ଜୁନ୩୦ ତାରିଖରେ କେନ୍ଦ୍ର ସରକାର ଓ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟୀ (NDMA)ଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାଇ କରୋନା ମୃତକଙ୍କୁ ଚି଼ହ୍ନଟ କରି ତୁରନ୍ତ ଆର୍ଥିକ ସହାୟତା ଯୋଗେଇଦେବା, ପ୍ରବାସୀ ଶ୍ରମିକ ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରି ସେମାନଙ୍କୁ ରାସନ ସାମଗ୍ରୀ ଓ ଅର୍ଥିକ ସହାୟତା ଯୋଗେଇଦେବା,କରୋନା ରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ଦେବା ଆଦି ଦାବିରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ଆଜି ସାରା ଓଡିଶା ଦାବୀ ଦିବସ ଉପଲକ୍ଷେ ଯାଜପୁର ରୋଡ ସ୍ଥିତ କଳିଙ୍ଗନଗର ଏ ଡି ଏମ ଙ୍କ ଅଫିସ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ରାଜ୍ୟ କମିଟି ସଭ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକ ଙ୍କ ନେତୃତ୍ୱ ରେ ଦଳର କର୍ମୀ ସମର୍ଥକ ମାନେ ବଜାର ପରିକ୍ରମା କରି ବିକ୍ଷୋଭ ସ୍ଥଳରେ ପହଂଚି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ଏସ ୟୁ ସି ଆଇ (ସି )ରାଜ୍ୟ କମିଟି ସଭ୍ୟ କମ୍ରେଡ କେଦାରନାଥ ସାହୁ, କୋରେଇ ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲିକ, ଦାନଗଦି ଆଞ୍ଚଳିକ କମିଟି ସମ୍ପାଦକ କମ୍ରେଡ ବିଜୟ ଜେନା, ସଂଗଠକ କମ୍ରେଡ ରାଧାକାନ୍ତ ଜେନା, କମ୍ରେଡ ଅଲେଖ ମଲିକ, କମ୍ରେଡ ହୃଷିକେଶ ସିଂ କମ୍ରେଡ ରାଜକିଶୋର ମହାନ୍ତ,କମ୍ରେଡ ଲିଲି ମହାନ୍ତ, କମ୍ରେଡ ଧ୍ରୁବ ପଣ୍ଡା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *