କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ନଦୀ ବଞ୍ଚାଆ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସ ଦମନଲୀଳା ବିରୁଦ୍ଧରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ର ପ୍ରତିବାଦ ବିକ୍ଷୋଭ

ସର୍ବହରାକ୍ରାନ୍ତି/ରାଉରକେଲା/16।08।2021 – ରାଜକନିକା ଓ ଆଳି ବ୍ଲକର ଭାରିଗଦା ଅଂଚଳର ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଓ ପ୍ରଶାସନର ଦମାନଲୀଳା ଓ ନିର୍ବିଚାର ଗିରଫ ଦାରୀ, ଅଂଚଳରେ ୧୪୪ ଧାରା ଜାରିକରି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଇତ୍ୟାଦି ବିରୁଦ୍ଧରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ଡ଼ାକରାରେ ଆଜି ରାଜ୍ୟ ବ୍ୟାପି ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା କମିଟି ତରଫରୁ ରାଉରକେଲା ଏ ଡି ଏମ ଅଫିସରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କମିଟି ସମ୍ପାଦକ ଅଜିତ ନାୟକ, ଅଜୟ ମହାନ୍ତି, ସତ୍ୟପ୍ରିୟ ମହାନ୍ତି ଓ ଵିଷ୍ଣୁ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ପାର୍ଟି କର୍ମକର୍ତା ଓ ଜନଗଣ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଅବିଳମ୍ବେ ଗିରଫ ଆନ୍ଦୋଳଙ୍କାରୀଙ୍କୁ ବିନା ସର୍ତରେ ଖଲାସ କରିବା, ଅଂଚଳରେ ଜନଗଣଙ୍କ ସହିତ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରିବା, ଗଣତନ୍ତ୍ର ହତ୍ୟାକାରୀ ୧୪୪ ଧାରା ପ୍ରତ୍ୟାହାର କରିବା ପାଇଁ ଦାବିକରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *