ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତି ସଂପର୍କରେ ଏସ୍‌.ୟୁ.ସି.ଆଇ.(ସି)ର ପ୍ରେସ୍ ବିବୃତ୍ତି

ସର୍ବହରାକ୍ରାନ୍ତି/ଭୁବନେଶ୍ବର/ 19.08.2021 ଆଫଗାନିସ୍ଥାନର ସାମ୍ପ୍ରତିକ ପରିସ୍ଥିତିରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଏସ.ୟୁ.ସି.ଆଇ.(ସି)ର ସାଧାରଣ ସଂପାଦକ ଶ୍ରୀ ପ୍ରଭାସ ଘୋଷ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, “ଯୁକ୍ତରାଷ୍ଟ୍ର ଆମେରିକା ସମ୍ମୁଖୀନ ହେଉଥିବା ଭୟଙ୍କର ଅର୍ଥନୈତିକ ସଂକଟ ଏବଂ ଏହାର ଯୁଦ୍ଧଖୋର ନୀତି ବିରୁଦ୍ଧରେ ଆମେରିକାର ଜନଗଣଙ୍କର ବିକ୍ଷୋଭ ପରିସ୍ଥିତିରେ ଆମେରିକାର ସଖୀ କଣ୍ଢେଇ ସାଜିଥିବା ସବୁଠାରୁ ଦୁର୍ନୀତିଗ୍ରସ୍ତ, ଜନବିରୋଧି ଆଫଗାନ ସରକାରକୁ ରକ୍ଷା କରିନପାରି ସାମ୍ରଜ୍ୟବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଚୂଡାନ୍ତ ପ୍ରତିକ୍ରିୟାଶୀଳ ମୌଳବାଦୀ ଶକ୍ତି ତାଲିବାନ ସହ ଏକ ଗୁପ୍ତ ବୁଝାମଣା କରି ଆଫଗାନିସ୍ଥାନକୁ ସେମାନଙ୍କ ହାତରେ ଟେକି ଦେଇଛି । ଉଲ୍ଲେଖନୀୟ ଯେ, ପୂର୍ବରୁ ଆଫଗାନିସ୍ଥାନରେ ଗଢିଉଠୁଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ଓ ନିଜର ସାମ୍ରାଜ୍ୟବାଦୀ ସ୍ୱାର୍ଥ ହାସଲ କରିବା ପାଇଁ ଆମେରିକା ଏହି ମୌଳବାଦୀ ଶକ୍ତିକୁ ବିକଶିତ ହେବାରେ ସାହାଯ୍ୟ କରିଥିଲା । ବେଦନାଦାୟକ ଯେ, ପଶୁବଳ ପ୍ରୟୋଗ କରି ଲୋକମାନଙ୍କୁ ଆତଙ୍କିତ କରୁଥିବା ଏକ ମଧ୍ୟଯୁଗୀୟ ବର୍ବର ଶକ୍ତିର ଶାସନରେ ସ୍ୱାଧୀନତାପ୍ରେମୀ ଆଫଗାନିସ୍ଥାନର ଜନଗଣଙ୍କୁ ରହିବାକୁ ଆମେରିକା ବାଧ୍ୟ କରିଛି ।
ଆମେ ମନେକରୁ ତାଲିବାନ ଦ୍ୱାରା ଏହି କ୍ଷମତା ଅକ୍ତିଆର କେବଳ ନିର୍ଦ୍ଦୟ ମଧ୍ୟଯୁଗୀୟ ଇସ୍‌ଲାମୀୟ ଶାସନ ପ୍ରତିିଷ୍ଠା ମଧ୍ୟ ଦେଇ ଆଫଗାନିସ୍ଥାନର ଜନସାଧାରଣଙ୍କର ସମସ୍ତ ଗଣତାନ୍ତ୍ରିକ ଆଶା ଆକାଂକ୍ଷାକୁ ଚୂର୍ଣ୍ଣ ବିଚୁର୍ଣ୍ଣ କରିବ ନାହିଁ ବରଂ ଏହା ପୂର୍ବର ଶକ୍ତିଶାଳୀ ସାମାଜତାନ୍ତ୍ରିକ ବ୍ୟବସ୍ଥା, ଶ୍ରମିକ ଆନ୍ଦୋଳନ ଓ ସାମ୍ରାଜ୍ୟବାଦୀ ବିରୋଧି ଆନ୍ଦୋଳନର ଅନୁପସ୍ଥିତର ସୁଯୋଗରେ ବୈପ୍ଳବିକ ଆନ୍ଦୋଳନକୁ ଧ୍ୱଂସ କରିବା ପାଇଁ ବୈଜ୍ଞାନିକ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଚିନ୍ତାର ଅଭିବୃଦ୍ଧିରେ ବାଧା ସୃଷ୍ଟି କରିବା ପାଇଁ ଫାସିବାଦୀ ସାମ୍ରାଜ୍ୟବାଦୀ ପୁଞ୍ଜିବାଦୀ ଶାସକମାନଙ୍କର ପୃଷ୍ଠପୋଷକତାରେ ଗଢିଉଠିଥିବା ବିଶ୍ୱର ସମସ୍ତ ଧର୍ମୀୟ ମୌଳବାଦକୁ ଶକ୍ତିଶାଳୀ କରିବ । ।
ଆମେ ଆଶା କରୁଛୁ ଆଫଗାନସ୍ଥାନର ପ୍ରଗତିଶୀଳ ଗଣତାନ୍ତ୍ରିକ ଶକ୍ତିମାନେ ଗଣତାନ୍ତ୍ରିକ ଚିନ୍ତା ଦ୍ୱାରା ପରିଚାଳିତ ହୋଇ ନିଜକୁ ସଂଗଠିତ କରିବେ ଏବଂ ନିଜ ଦେଶରେ ବୈପ୍ଳବିକ ଆନ୍ଦୋଳନ ଗଢିତୋଳିବା ଉଦ୍ଦେଶ୍ୟରେ ତାଲିବାନକୁ ପରାସ୍ତ କରିବେ । ଏହି ସଂକଟ ସମୟରେ ଆଫଗାନିସ୍ତାନର ଜନଗଣଙ୍କ ନିକଟରେ ଠିଆ ହେବା ପାଇଁ ଆମେ ବିଶ୍ୱର ଶୁଭବୁଦ୍ଧିସଂପନ୍ନ ଜନଗଣଙ୍କୁ ନିବେଦନ କରୁଛୁ ।”

Leave a Reply

Your email address will not be published. Required fields are marked *