ମମିତା ମେହେର ଅପହରଣ ଓ ହତ୍ୟାର ଦୃଢ଼ ପ୍ରତିବାଦ
Sarbaharakranti/Bolangir – ବଲାଙ୍ଗିର ଗତ ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ମହଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ୍ୟା ମମିତା ମେହେରଙ୍କ ଅପହରଣ ଓ ନୃଶଂସ ହତ୍ୟାକାଣ୍ଡର ଦୃଢ ପ୍ରତିବାଦ ରେ SUCI(C),AIDSO,AIMSS ଏବଂ AIDYO ତରଫରୁ ଜିଲ୍ଲା ବ୍ୟାପି ଆନ୍ଦୋଳନ ସଂଗଠିତ କରାଯାଉଛି l ଅପରାଧୀ ଗୋବିନ୍ଦ ସାହୁକୁ କଠୋର ରୁ କଠୋର ଦଣ୍ଡ ବିଧାନ କରିବା ସହ ତାର କଳାସମ୍ରାଜ୍ୟରେ ସଂପୃକ୍ତ ଶାସକ ଦଳର ନେତା ମନ୍ତ୍ରୀ, ପୋଲିସ ପ୍ରସଶନ ସମସ୍ତଙ୍କ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି l ଏହି ପରିପ୍ରେକ୍ଷୀରେ ଗତ ୧୯ ତାରିଖ ଦିନ ବଲାଙ୍ଗୀର ସହରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି l ତାପରଦିନ AIDSO,AIMSS ଓ AIDYO ତରଫରୁ ଏସ.ପି ଅଫିସ ଘେରାଉ କରାଯାଇ ଅପରାଧୀ ଓ ତାର ସହଯୋଗୀ ମନ୍ତ୍ରୀଙ୍କ କୁଶପୂତ୍ତୁଲିକା ଦାହ କରାଯାଇଥିଲା l SUCI(COMMUNIST) ବଲାଙ୍ଗିର ତରଫରୁ ଅକ୍ଟୋବର ୨୧ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା l। ୨୩ ଅକ୍ଟୋବରରେ ପିଡୀତାଙ୍କ ଗ୍ରାମ ଝରଣୀ ଠାରେ AIMSS ର ସର୍ବଭାରତୀୟ ସାଧାରଣ ସମ୍ପାଦିକା କମ୍ରେଡ଼ ଛବି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପିଡିତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ l ପରେ ଶୋଭାଯାତ୍ରା କରି ଗାଁ ପରିକ୍ରମା କରିବା ସହିତ ଜଷ୍ଟିସ ବର୍ମା କମିଶନ ଲାଗୁକରି ପିଡିତାଙ୍କୁ ନ୍ୟାୟ ଦେବା ପାଇଁ ଦୃଢ ଦାବି ଉପସ୍ଥାପନ କରାଯାଇଥିଲା l ଏହି ଆନ୍ଦୋଳନକୁ ଆହୁରି ଦୁର୍ବାର କରି ସରକାରଙ୍କ ଅପରାଧୀ ଶୁଳଭ ମାନସିକତା, ଶିକ୍ଷା ବେପାର ନୀତି, ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢିତୋଳିବା ପାଇଁ କମ୍ରେଡ଼ ଛବି ମହାନ୍ତି ଛାତ୍ର, ଜୁବକ,ମହିଳା ଓ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ l ଏଥିରେ AIDSO ସର୍ବଭାରତୀୟ ଉପସଭାପତି କମ୍ରେଡ଼ ଅଶୋକ ମିଶ୍ର, AIMSS ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟା କମ୍ରେଡ଼ ମନ୍ଦୋଦରି ରାଉଳ,ସୁନିଲ ଭୋଇ,ମଧୁସୂଦନ ବାଗ, ତମସ ବେହେରାଙ୍କ ସହ ବହୁ କର୍ମୀ ଓ ଜନଧାରଣ ଅଂଶଗ୍ରହଣ କରିଥିଲେ l