ବିରବିରା ଠାରେ ଐତିହାସିକ ମେ ଦିବସ ଉପଲକ୍ଷେ ଶ୍ରମିକ ସମାବେଶ

ସର୍ବହରାକ୍ରାନ୍ତି ଖବର ତା ୦୪.୦୫.୨୦୨୨ – କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ସହବନ୍ଧିତ ଓଡ଼ିଶା ମିଳିତ ନିର୍ମାଣ ଶ୍ରମିକ ସଂଗଠନ ଓ ଏନ ଏସ୍ ବି ଏସ୍, ବିରବିରା ତରଫରୁ ଆଜି ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ବିରବିରା ଗ୍ରାମରେ ଐତିହାସିକ ମେ ଦିବସ ଓ ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ ଶ୍ରମିକ ସଭା ଶ୍ରମିକ ନେତା ତଥା ସଭାପତି ଏନ ଏସ୍ ବି ଏସ୍, ବିରବିରାର ନୃପମଣୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ର ସୁନ୍ଦରଗଡ ଜିଲ୍ଲା କମିଟି ସଦସ୍ୟ ବିଷ୍ଣୁ ପଣ୍ଡା ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ମେ ଦିବସର ତାତ୍ପର୍ଯ୍ୟ ଓ ଆଜିକାର ଜାତୀୟ-ଆନ୍ତର୍ଜାତିକ ପରିସ୍ଥିତିର ପଟଭୂମିରେ ଶ୍ରମିକଶ୍ରେଣୀର ମୁକ୍ତି ଅର୍ଜ୍ଜନ ସମ୍ପର୍କରେ ଆଲୋଚନା କରିଥିଲେ। ଦୈନିକ ୮ ଘଣ୍ଟା ଶ୍ରମ ଦିବସ ଦାବିରେ ହୋଇଥିବା ଏହି ଆନ୍ଦୋଳନରେ ସହୀଦ ହୋଇଥବା ଶ୍ରମିକ ଓ ଶ୍ରମିକ ନେତା ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ୧ ମିନିଟ ନୀରବତା ପାଳନ କରାଯାଇଥିଲା। ଆଜି ଆମ ଦେଶର ପୁଞ୍ଜିପତି ବିଜେପି ସରକାର ଶ୍ରମ ଆଇନର ପରିବର୍ତ୍ତନ କରି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ଆଇନ କରିଛନ୍ତି। ଏହି ସଭା ତାକୁ ଦୃଢ଼ଭାବେ ନିନ୍ଦା କରିଛି ଏବଂ ମେ ଦିବସର ଶିକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନିତୀ ବିରୁଦ୍ଧରେ ବ୍ୟାପକ ଓ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଗଢିତୋଳିବାକୁ ଆହ୍ବାନ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗଣେଷ ମାଝୀ, ସୌଦାମିନୀ ନାଏକ, ନଳିନୀ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।