ଗ୍ୟାସ ସିଲିଣ୍ଡରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ

Sarbaharakranti News Dt 07.05.2022 – କେନ୍ଦ୍ର ସରକାର ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତିକୁ ବିଚାରକୁ ନ ନେଇ ଯେଭଳି ଭାବରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡର ର ଅହେତୁକ ମୂଲ୍ୟ ବୃଦ୍ଧି ବାରମ୍ବାର କରୁଛନ୍ତି ତାହାକୁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟି) ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଗତକାଲି ମଧ୍ଯରାତ୍ରି ରୁ ଯେଭଳି ଭାବରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପଚାଶ ଟଙ୍କା ବୃଦ୍ଧି କରା ଯାଇଛି, ତାହା ସାଧାରଣ ଲୋକଙ୍କର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବିସହ କରିବ। ଏହା ବିରୁଦ୍ଧ ରେ ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆଜି ମଇ ୭ ତାରିଖ କୁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ ଦିବସର ଡାକରା ଦିଆ ଯାଇଥିଲା । ଏହି ପରିପ୍ରେକ୍ଷୀରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଭୁବନେଶ୍ବର ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଓଡିଶାର ରାଜ୍ୟପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇ ତୁରନ୍ତ ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି । ଏହି ପ୍ରତିବାଦକାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ସାଂଗଠନିକ କମିଟି ସଂପାଦକ କମ୍ରେଡ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସମେତ ନିରଞ୍ଜନ ମହାନ୍ତି, ପ୍ରଭମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ସ୍ଵୋସ୍ଥି ସଙ୍ଗୀତା ଦଳାଇ, ସପ୍ତର୍ସିନୀ ରାଉଳ, ବିଜ୍ଞାନ ବେହେରା, ମହମ୍ମଦ ସୁକୁର୍ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *